ଏଇ ଗତ କାଲିର କଥା। ସଂଧ୍ଯା ସମୟ। ନିତିଦିନିଆ ଅଭ୍ଯାସ ଅନୁଯାୟୀ ଆମ ଆମ୍ବ ତୋଟାକୁ ଚାଲିଲି ଥଣ୍ଡା ପବନରେ କଛି ସମୟ ବସିଆସିବ ପାଇଁ। ପହଞ୍ଚିଲା ବେଳକୁ ଆଗରୁ ଆଉ କେତେ ଜଣ ବସି କଣ ଗୋଟାଏ ଗରମା ଗରମ ଅଲୋଚନାରେ ବ୍ଯସ୍ତଥାନ୍ତି। ଶୁଣୁ ଶୁଣୁ ଆଲୋଚନାଟି ସଜ ସଜ ସକାଳେ ପ୍ରକାଶିତ ହୋଇଯାଇଥିବା ମାଟ୍ରିକ ପରୀକ୍ଷା ଫଳ ଉପରେ। ମନେ ମନେ ଭାବିଲି,” ଯାହା ହେଉ ଗୋଟେ ଭଲ କଥା ଟିଏ ପଡିଛି କିଛି ସମୟ ଏଇଠି ବସିଗଲେ ମାଇଣ୍ଡ ଫ୍ରେଶ ହୋଇଯିବ।“ଏମନ୍ତ ଭାବି ବସିବା ଜାଗାଟିରେ ଏକ ସ୍ଥାନ ଯଥା ଶୀଘ୍ର ଅଧିକାର କରି ଆଲୋଚନା ଆଡେ କାନ ଡେରିଲି। ପ୍ରଥମେ ଗାଁର ଦଶମ ଶ୍ରେଣୀର ପରୀକ୍ଷାର୍ଥିଙ୍କର ଫଳ ଆଲୋଚନା ଏବଂ ସେମାନଙ୍କ ଉପରେ ଅନଧିକାର ଟିପ୍ପଣୀ ଗୁଡିକ ସରିଲା। ଏବେ ଧୀରେ ଧୀରେ କଥା ମୋଡିଲା ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମଧ୍ଯରେ ପରୀକ୍ଷା ଫଳର ଏକ ତୁଳନାତ୍ମକ ଆଲୋଚନା ଆଡକୁ। ସବୁ ବର୍ଷ ପରି ଏଥର ମଧ୍ଯ ସରକାରୀ ବିଦ୍ଯାଳୟ ଗୁଡିକର ଫଳ ଠାରୁ  ବେସରକାରୀ ବିଦ୍ଯାଳଗୁଡିକର ଫଳ ଉତ୍ତମ ହୋଇଥିବାରୁ ସରକାରୀ ବିଦ୍ଯାଳୟ,ସରକାରୀ ଶିକ୍ଷକ ଓ ସରକାରୀ ବ୍ଯବସ୍ଥା ଉପରେ ବିଷୋଦ୍ଗାର ଚାଲିଥାଏ। ଗ୍ରାମର ଜଣେ ସମ୍ମାନାସ୍ପଦ,ଉଚ୍ଚଶିକ୍ଷିତନାମଜାଦା ବ୍ଯକ୍ତି ସମସ୍ତଙ୍କୁ ଚୁପ କରାଇ ତାଙ୍କ ବକ୍ତବ୍ଯଟି ଆରମ୍ଭ କଲେ,“ୟେ ସରକାରୀ ସ୍କୁଲ ଗୁଡାକରେ  କିଛି ହେଇପାରିବନି। ମାଷ୍ଟରଗୁଡା ସିନା ଭଲ ହେଲେ କିଛି ହୁଅନ୍ତା। ୟେ ସବୁ ଠାପୁଆ ଦଳ ବସିଛନ୍ତି। ପିଲାଙ୍କୁ ତ ଦି ଅକ୍ଷର ପଢେଇବାର ନାହିଁ। ଖାଲି କେମିତି ବସି ବସି ଦି ପଇସା ଅଣ୍ଟାରେ ଖୋସିଦେବେ ସେଇ ଚିନ୍ତା ୟାଙ୍କର। ପିଲାଙ୍କୁ ଦି ଅକ୍ଷର ପଢେଇଲେ ସିନା କିଛି ଗୋଟେ ହବ। ୟେ ସରକାରୀ ମାଷ୍ଟ୍ରଗୁଡାକ ନିତାନ୍ତ ଚୋର। ଖାଲି ସରକାରୀ ଧନକୁ ଚଳୁ କରିବେ ଏମାନେ। ଆଉ ଶିଶୁମନ୍ଦିର ଗୁରୁଜୀମାନଙ୍କୁ ଦେଖ, ପାଠ ପଢଉଛନ୍ତି ତ ସେଇମାନେ।“ ଏମନ୍ତ ଆଲୋଚନା ସବୁ କିଛି ସମୟ ଚାଲିବା ଅନ୍ତେ ରାତି ବେଶି ହେବାରୁ ଆଲୋଚନା ସେଇଠି ରଖି ନିଜ ନିଜ ଘର ଅଭିମୁଖେ ସଭିଏଁ ଯିବାକୁ ଲାଗିଲେ ଆଉ ମୁଁ ବି। ମୁଁ ଧୀରେ ଧୀରେ ଚାଲିଥାଏ ଆଉ ମୋ ଆଗରେ ଉପରୋକ୍ତ ସମ୍ମାନାସ୍ପଦଉଚ୍ଚଶିକ୍ଷିତ ବ୍ଯକ୍ତି ଜଣକ ଆଉ ଜଣେ ବ୍ଯକ୍ତିଙ୍କ ସହ ନିଜ ବଡ ଝିଅ ବିଭାଘର ଆୟୋଜନ ଆଉ ବରପାତ୍ର ଖୋଜା ଖୋଜି ବିଷୟାଦିରେ କଥାବାର୍ତ୍ତ ହୋଇ ଚାଲିଥାନ୍ତି। ସମ୍ମାନାସ୍ପଦ ଲୋକ ଜଣକ ଭାରି ଗର୍ବରେ କହୁଥାନ୍ତି “ ନା, ସବୁ ଆୟୋଜନ ଠିକ ଠାକ ଚାଲିଛି। କେତେ ଖୋଜାଲୋଡା ପରେ ଭାରି କଷ୍ଟରେ ଉପଯୁକ୍ତ ବରପାତ୍ରଟିଏ ମିଳିଲା। ଘରଦ୍ୱାର ସବୁ ଭଲ ପୁଣି ପୁଅ ସରକାରୀ ଚାକିରିଆହାଇସ୍କୁଲରେ ବିଞ୍ଜାନ ଶିକ୍ଷକ। ପ୍ରାଇଭେଟବାଲା ମିଳୁଥିଲେ ଯେ ହେଲେ ମୁଁ ଖାସ ଏଇ ଗମେଣ୍ଟ ଚାକିରିଆଟେ ପାଇଁ ଚାପିକି ରହିଥିଲି। ଏବେ ଆଉ କିଛି ଚିନ୍ତା ନାହିଁ।“ ଆହୁରି କଣ ସବୁ ସେ ସମ୍ମାନାସ୍ପଦ ବ୍ଯକ୍ତି ଜଣକ କହିଚାଲିଥାନ୍ତି ବାହାଘର ଅୟୋଜନ ବିଷୟରେ  ହେଲେ ସେସବୁ ଆଉ କିଛି ମୋ ମୁଣ୍ଡରେ ପଶୁନଥାଏ। ମୋ ମୁଣ୍ଡରେ ତ ସେତେ ବେଳକୁ ଗୋଟିଏ କଥା ଚାଲିଥାଏ, ସତଟା ତାହେଲେ କଣ “ସରକାରୀ ଶିକ୍ଷକ ଚୋର ନାଁ ଗୋଟେ ଭଲ ବିବାହ ପ୍ରସ୍ତାବ।“