ସ୍ମୃତି ଗୋ ଜାଗିରୁହ ସଦାକାଳେ ମରମେ
ଉଜାଗରେ ଦୀପ ତେଜି ଅନ୍ଧାରି ଅଙ୍ଗନେ।
ମୁଁ ଜାଣିଛି ତୁମେ କେବେ ପାରନା ଆଲୋକ ଢାଳି
ଖାଲି ଯାହା ତିଳେ ତିଳେ ମନ ବନ ପାର ଜାଳି।
ତଥାପି ତ ଭଲଲାଗ ଦେଖିବାକୁ ଗୋପନେ
ସ୍ମୃତି ଗୋ ଜାଗିରୁହ ସଦାକାଳେ ମରମେ।
କନ୍ଦାଉଛ କନ୍ଦାଅ ଗୋ ଲୁହ ସବୁ ଶୁଖିଯାଉ
ମିଠା ମିଠା ଯାତନାର ଶିହରଣ ଖେଳିଯାଉ।
ତୁମେ ଗୋ ବିଚିତ୍ରରୂପା ଜୀଇଁ ରୁହ ଜୀବନେ
ଉଜାଗରେ ଦୀପ ତେଜି ଅନ୍ଧାରି ଅଙ୍ଗନେ।