ମୁଁ ଗୋ ଏକ ଅଭିଶପ୍ତ ପ୍ରେମିକ
କେମିତି ପାରିବି ତୋଳି
ସୀମନ୍ତ ବୀଥିରେ ତୁମ
ଲୋହିତ ସିନ୍ଦୂର ବିନ୍ଦୁ ଝଲକ।
                          କେମିତି ଆଣିବି କାହୁଁ
                          ମନ ପବନ ନଉକା।
                          ନାହିଁ ବି ମୋ ପକ୍ଷୀରାଜ
                          ଶିଖିନି କୁହୁକ କଥା।
                          ନୀଳ ପରୀ ଡେଣା କାହୁଁ
                          ଖୋଜି ଦେବି ତୁମ ପାଇଁ
                          ମୋ ପାଖକୁ ଉଡି ଉଡି ଆସନ୍ତ
                          ମୁଁ ଗୋ ଏକ ଅଭିଶପ୍ତ ପ୍ରେମିକ।
ମୋ ଆକାଶ ମେଘାୟିତ
ପାରେନା ଆଲୋକ ଦେଇ।
ଭଲ ସିନା ପାଇଛି ମୁଁ
ପାରୁନି ତା ମୂଲ ଦେଇ।
ଥରେ ହେଲେ କ୍ଷମା ଦିଅ
ମନ ଥାଇ ଧନ ହୀନ
ମୋ ଗୋ ଅସଫଳ ନାୟକ
ମୁଁ ଗୋ ଏକ ଅଭିଶପ୍ତ ପ୍ରେମିକ।
                                    
                                       କବିତା ରାଣୀ ପଣ୍ଡା।