ଆଭା ତହିଁ ସ୍ବାଧୀନତାର
ଶୀତଳ ପବନେ ଗୁଞ୍ଜି ଉଠଇ
ମନ୍ତ୍ର ସ୍ବତନ୍ତ୍ରତାର।
ଜାଗ୍ରତ ହୁଅ ନିଦ୍ରା ତେଜି ହେ
ଛିଡାଇବା ସର୍ବ ଶୃଙ୍ଖଳ
ହଟିବ ଦୁର୍ନୀତି ମିଟିବ ଅନୀତି
ଜଳାଅ ସଂଗ୍ରାମ ଅନଳ।
ଭାଗ୍ୟ ହାତରେ ଭାଗ୍ୟ ଦେଇଣ
କିଆଁ ହାତ ପାତିବାର
ରକ୍ତ ବୁହାଅ ଝାଳ ନିଗିଡାଅ
ଦେଖନ୍ତୁ ପାତାଳୁ ଅମ୍ବର।
ତାକୁ ସଜାଇ ଅବଳା ସଜାଇ ଦୁର୍ବଳା
ଭାଙ୍ଗ କାହିଁ ମନୋବଳ
ପକ୍ଷ ମେଲି ତୁ ଆକାଶେ ଉଡ଼
ଚିରି ଘନ କଳା ବାଦଲ।
ନାରୀ ସର୍ବ ଶକ୍ତି ନାରୀ କ୍ଷମା ମୂର୍ତ୍ତି
ହେଜି ତେଜ ପାପୀ କୁକର୍ମ
ଲଷ୍ମୀ ପୁଜିଣ କନ୍ୟା ଭୃଣ ମାର
ଭାବ ତୁମେ କେମିତି ହୋଇଲ ଜନମ।
ନର୍ଦ୍ଦମା କଢେ ଫୁଙ୍ଗୁଳା ଶିଶୁ
ମାଂସ ନାହିଁ ସେ କଙ୍କାଳ
ଆହାର ଟିକିଏ ଦିଅ ତାର ମୁଖେ
ମାନବିକତାର ହେଉ ଜୟ।
ଜଳାଇ ରଖ ଜ୍ଞାନର ମଶାଲ
ଅଂଜ୍ଞାନ ହେଉ କ୍ଷୟ
ଅନ୍ଧବିଶ୍ବାସ ପଥର ଫଟାଅ
ବିଶ୍ବାସର ହେଉ ଅଭ୍ୟୁଦୟ।
ତ୍ରିରଙ୍ଗା ରଙ୍ଗେ ରଞ୍ଜିତ ହୁଅ
ନେଇ ଏହି ସଂକଳ୍ପ
ହତ ଗୌରବ ଫେରାଇ ଆଣିବା
ଗଢିଣ ସୁନାର ଭାରତ।

0 Comments